click on images to know more about the Images

ବିଚାର

Author: ଲାଳନ ଦାସ

ଏହାହିଁ ହେଲା ଆମର ସମାଜର ନୀତି 
ମଣିଷକୁ ହିଁ ତିଆରି କରି ପକାଏ ଭଗବାନ। 
ଏହା ହେଲା ଆମର ବିଚାରର ସ୍ଥିତି 
ଭଗବାନ କରେ ଜି କେବେ ଭୋଜନ ଅବା ଶୟନ?
ଜନ୍ମ ଦିଏ କି ପୁତ୍ର ସନ୍ତାନ?
ଭୋଗରେ କି ରୋଗ ଶୋକରେ 
ହୁଏ କି ସେ କାତର? 
ଭଗବାନର ଅଛି କି ରକ୍ତ ମାଂସର ଶରୀର? 
ଅଛି କି ସତ, ରଜ ତମର ପ୍ରଭାବ? 
ଯାହା କିଛି କହୁଛ ସବୁ ହେଲା ମଣିଷର ସ୍ଵଭାବ। 
ଏଠାରେ ହିଁ ହେଲା ବିଚାରରର ଅଡୁଆପନ। 
ଗୀତାରେ ଭଗବାନ – 
ମୋର କେହି ପିତା ନାହାନ୍ତି ମାତା ନାହାନ୍ତି। 
ନାହିଁ ଜନ୍ମ, ନାହିଁ ମୃତ୍ୟୁ, ନାହିଁ ରୂପ ନାହିଁ ଗୁଣ।
ମଣିଷକୁ ମନୀଷ ହିଁ ଦେଇଛି ଭଗବାନର ଆକାର।